ଅଧିକ ପଢନ୍ତୁ ଓଡ଼ିଶା ଖବର
ସୁନିତା ଗତ ୩ ତାରିଖରୁ ନିଖୋଜ ହୋଇଥିବା ବେଳେ ତାଙ୍କର ମୃତଦେହ ୧୮ତାରିଖ ଦିନ ମଲଦା ନଦୀରୁ ମିଳିଥିଲା । ସୁନୀତାଙ୍କ ମୃତଦେହ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା । ଏନେଇ ପୋଲିସ ପୂର୍ବରୁ ଅଭିଯୁକ୍ତ ସ୍ୱାମୀଙ୍କୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରିଥିବା ବେଳେ ଆଜି ସକାଳୁ ପୁନର୍ବାର ସୁନୀତାଙ୍କ ପରିବାର ଲୋକ ଏବଂ ଅଭିଯୁକ୍ତମାନଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ।
ତେବେ ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ, ପ୍ରଥମେ ଗୃହବନ୍ଦୀ କରି ରଖିବା ସହ ଗଣଦୁଷ୍କର୍ମ କରାଯାଇଛି ଓ ପରେ ହତ୍ୟା କରାଯାଇଛି । ଏହି ମାମଲାରେ ସୁନୀତାଙ୍କ ସ୍ଵାମୀ ସୁରେଶ ପରିଡ଼ା ଓ ଅନ୍ୟ ଜଣକୁ ଗିରଫ କରାଯାଇଥିବା ବେଳେ ଘଟଣାର ଅନ୍ୟ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ସଦର ଏସଡ଼ିପିଓ । ସୁନୀତାଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ହେଲା, ସେ ସମ୍ପର୍କରେ ମଧ୍ୟ ଜଣାପଡିବ ବୋଲି ସେ କହିଥିଲେ ।