ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ସୁରତରୁ ନୟାଗଡ଼ ଆସିଲେ ୪୬ ଜଣ ପ୍ରବାସୀ ଓଡ଼ିଆ

ନୟାଗଡ଼: ବିଳମ୍ବିତ ରାତିରେ ସୁରତରୁ ନୟାଗଡ ଆସିଲେ ୪୬ ଜଣ ପ୍ରବାସୀ ଓଡ଼ିଆ । ଗତ ଦୁଇ ଦିନ ତଳେ ସୁରତରୁ ଏକ ବସ ଯୋଗେ ନୟାଗଡ ଜ଼ିଲ୍ଲାର ୪୫ଜଣ ଓ ଗଞ୍ଜାମ ଜ଼ିଲ୍ଲାର ଜଣେ ଯାତ୍ରୀ ବାହାରିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ସେମାନେ ଓଡଗାଁ ଥାନା ସାକେରି ଗାଁରେ ପଂହଁଚିଲେ ।
ତେବେ ଜିଲ୍ଲା ପ୍ରସାଶନ ସମସ୍ତ ପ୍ରବାସୀ ଓଡ଼ିଆମାନଙ୍କୁ ରାହାସ ବିଦ୍ୟାପୀଠ ସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିବା ବେଳେ ଆଜି ସେଠାରେ ଡାକ୍ତରି ଟିମ ପହଂଚି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅନ୍ୟପକ୍ଷେ କ୍ୱାରେଣ୍ଟାଇନ ସେଣ୍ଟରରେ ସମସ୍ତ ଅନ୍ତେବାସୀଙ୍କ ପାଇଁ ପଂଚାୟତ ପକ୍ଷରୁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିବାବେଳେ ସ୍କୁଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
Download Argus News App
