ଅର୍ଗସ ବ୍ୟୁରୋ: ଅଟୋରେ ଆସୁଥିବା ପାସେଞ୍ଜରକୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଲେ ଦୁର୍ବୁତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ମୈତ୍ରୀ ବିହାର ଥାନା ଅଞ୍ଚଳରେ। ସୂଚନା ଅନୁସାରେ ଅନୁକୂଳ ସିଙ୍ଗଲ ନାମକ ଜଣେ ବ୍ୟକ୍ତି ଆଜି ଭୋର ସମୟରେ ଜୟଦେବ ବିହାରରୁ ଅଟୋ ଯୋଗେ ମୈତ୍ରୀ ବିହାରକୁ ଫେରୁଥିବାବେଳେ ଜନତା ମୈଦାନ ନିକଟରେ କିଛି ଦୁର୍ବୃତ୍ତ ଅଟୋ ଉପରେ ଆକ୍ରମଣ କରିଥିଲେ।
ଏହାସହ ଅନୁକୂଳଙ୍କ ନିକଟରେ ଥିବା ଲ୍ୟାପଟପ, ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି।ସେପଟେ ଅଟୋ ଚାଳକଙ୍କୁ ଆକ୍ରମଣ କରିବା ସହ ତାଙ୍କ ଅଟୋକୁ ଦୁର୍ବୃତ୍ତମାନେ କ୍ଷତି ପହଞ୍ଚାଇଥିବା ଅଟୋ ଚାଳକ ଅଭିଯୋଗ କରିଛନ୍ତି। ତେବେ ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: