ବ୍ରହ୍ମପୁର: ଗତକାଲି ଅପରାହ୍ଣରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ଅନୁଭୂତ ହୋଇଛି। ଫଳରେ ଏହି ସମୟରେ ଘଡ଼ଘଡ଼ି ବିଜୁଳି ମାରିବା ସାଙ୍ଗକୁ ଖୁବ୍ ଜୋରରେ ଧୂଳି ଝଡ଼ ହୋଇଥିଲା। ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା। ଗତକାଲି କାଳବୈଶାଖୀରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଖିଲି ଗାଁରେ ଘଡ଼ଘଡ଼ି ବିଜୁଳି ମାରି ଗୋଟିଏ ନଡ଼ିଆ ଗଛ ହୁତୁହୁତୁ ହୋଇ ଜଳି ଯାଇଛି। ପ୍ରାୟ 5 ରୁ 7 ମିନିଟ୍ ଧରି ନଡ଼ିଆ ଗଛଟି ଜଳୁଥିବା ଦେଖିବାକୁ ମିଳିଥିଲା। ଫଳରେ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ।
ଏତଦ୍ ବ୍ୟତୀତ ଗତକାଲି ହୋଇଥିବା କାଳବୈଶାଖୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହାର ତାଣ୍ଡବ ରୂପ ଦେଖିବାକୁ ମିଳିଥିଲା। ଏପରିକି ପ୍ରବଳ ଝଡ଼ ତୋଫାନରେ ବହୁ ଗଛ ଉପୁଡ଼ି ଯାଇଥିବା ବେଳେ କିଛି ଲୋକଙ୍କ ଚାଳ ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି।
