ପୁରୀ : କୋରୋନା ସଂକ୍ରମଣ ଆଶଙ୍କା କରି ହୋମ କ୍ଵାରେଣ୍ଟାଇନରେ ରହିଲେ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଓ ତାଙ୍କର 14 ଜଣ ଶିଷ୍ୟ। ଶଙ୍କରାଚାର୍ଯ୍ୟ ଗତକାଲି ରାତ୍ରୀ ସାଢେ 9ଟା ସମୟରେ ଦିଲ୍ଲୀରୁ ଫେରିବା ପରେ ପୁରୀର ଗୋବର୍ଦ୍ଧନ ମଠରେ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି।
ସୂଚନାନୁଯାୟୀ, ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଓ ତାଙ୍କର 14 ଜଣ ଶିଷ୍ୟ ଗତକାଲି ରାତ୍ରୀ ସାଢେ 9ଟାରେ ଦିଲ୍ଲୀରୁ ଫେରିଛନ୍ତି। ସେ ଗତକାଲି ସନ୍ଧ୍ୟାରେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ଵରରେ ପହଁଚିଥିଲେ। ଏହାପରେ କାର ଯୋଗେ ପୁରୀ ଗୋବର୍ଦ୍ଧନ ମଠକୁ ଫେରିଛନ୍ତି। ଏହାପରେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଯାଂଚ୍ କରାଯାଇଛି। ସେ ଏବଂ ତାଙ୍କର ସମସ୍ତ ଶିଷ୍ୟ ସୁସ୍ଥ ଅଛନ୍ତି। ତେବେ ଦେଶରେ ବର୍ତ୍ତମାନ କୋରୋନା ଭୟାବହ ସ୍ଥିତିକୁ ଦୃଷ୍ଟିରେ ରଖି ସେ ହୋମ କ୍ଵାରେଣ୍ଟାଇନରେ ରହିଛନ୍ତି।
ଭଦ୍ରକ : ଆସିଲାନି ଆମ୍ବୁଲାନ୍ସ , ଟେମ୍ପୁ ରେ ଚିକିତ୍ସାଳୟ ନେବା ବେଳେ ପ୍ରସବ କଲେ ଗର୍ଭବତୀ ମହିଳା . ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଣ୍ଟାମାଲ ଅଞ୍ଚଳରେ. ସୂଚନା ମୁତାବାକ କଣ୍ଟାମାଲ ବ୍ଲକ ଖଲିଆପାଳି ଅଂଚଳର ଏହି ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା . ଫଳରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା ଶେଷରେ ପରିବାର ଲୋକେ ଏକ ଟେମ୍ପୁ ସାହାଯ୍ୟରେ କଣ୍ଟାମାଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ସମୟ ରେ ଟେମ୍ପୁରେ ହିଁ ପ୍ରସବ ହୋଇଯାଇଥିଲା I
ଅଧିକ ପଢନ୍ତୁ : ୧ କି.ମି ଖଟିଆରେ ବୁହା ହେଲେ ଗର୍ଭବତୀ
ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I ଏପଟେ କଣ୍ଟାମାଲ ଅଂଚଳରେ ବିଭିନ୍ନ ସ୍ଥାନରୁ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି. କେଉଁଠି ଖଟିଆରେ ରୋଗୀ ତ କେଉଁଠି ଟେମ୍ପୁରେ ରୋଗୀଙ୍କ ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଛି.
ଭୁବନେଶ୍ୱର: କ୍ୟାନ୍ସରରେ ପୀଡ଼ିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ । ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ ।
ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ ।
ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି । ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି ।
ଆହୁରି ପଢନ୍ତୁ ଓଡିଶା ଖବର...