
ନବରଙ୍ଗପୁର : ୩ ଦିନର ଶିଶୁ ପୁତ୍ରକୁ ଚେଙ୍କ । ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଏକ ହୃଦୟ କାତର ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ । ଯେଉଁଠି ଏକ ତିନି ଦିନର ଶିଶୁ ପୁତ୍ରକୁ ଚେଙ୍କ ଦେଇ ସଂଙ୍କଟାପନ୍ନ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଚନ୍ଦାହାଣ୍ଡି ବ୍ଲକ ମୋକିଆ ଗ୍ରାମର ଯଦୁ ବିସିଙ୍କ ସ୍ତ୍ରୀ ଦୁର୍ମିଳା ବିସି ଗତ ୩୦ ତାରିଖ ଦିନ ଚନ୍ଦାହାଣ୍ଡି ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଜନ୍ମ ପରେ ନିଜ ଘରକୁ ଫରିବା ପରେ ଶିଶୁଟି ବହୁତ ସମୟ ଧରି କାନ୍ଦିବାରୁ ତା'କୁ କଳା ଶୀରା ହେଇଥାଇପାରେ ଭାବି ଜନ୍ମର ତୃତୀୟ ଦିନ ଶିଶୁର ବାପା ଯଦୁ ବିସି ଏକ ଲୁହା କଣ୍ଟା ସାହାଯ୍ୟରେ ଶିଶୁର ପେଟ ସାରା ଚେଙ୍କ ଦେଇଥିଲେ । ଚେଙ୍କ ଦେବାପରେ କାନ୍ଦ କମିବା ପରିବର୍ତ୍ତେ ବଡିବା ସହ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ତେଣୁ ତାକୁ ଉମରକୋଟ ସ୍ଥିତ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶିଶୁଟିକୁ ଅନ୍ଧ ବିଶ୍ବାସକୁ ଆଦରି ଚେଙ୍କ ଦେଇଥିବା ସହ ତା'ର ଅବସ୍ଥା ବର୍ତ୍ତମାନ ସୁଦ୍ଧା ସଂଙ୍କଟାପନ୍ନ ଥିବା ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରକାଶ କରିଛନ୍ତି ।
