ଗତକାଲି ଅପରାହ୍ନରେ ସ୍ଵଳ୍ପ ବର୍ଷା ହୋଇଥିଲାବେଳେ ଆଜି ସକାଳେ ପ୍ରବଳ ବର୍ଷା ହୋଇଛି । ଫଳରେ ପିପିଲି ମଙ୍ଗଳପୁର ଅଞ୍ଚଳର ଚାଷୀଙ୍କ ମୁଗ, ବିରି ଆଦି ରବି ଫସଲ ବର୍ଷାରେ ଓଦା ହୋଇଯାଇଛି । ପଞ୍ଚାୟତରେ ଖଳା ନଥିବା ଯୋଗୁଁ ରବି ଫସଲ କ୍ଷତିରେ ପଡ଼ିଛି ।
ଏଏହାସହ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ବର୍ଷା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରିରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।
ଏବେ ଏହା ଆନ୍ଧ୍ର ଉପକୂଳ ମୁହାଁ ହେଉଛି ଅସାନି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ପଶ୍ଚିମରେ ୫୩୦ କି.ମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୪୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬ କି.ମି ରହିଛି । ୧୨ ତାରିଖ ସକାଳ ସୁଦ୍ଧା ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ଅଛି ।
ଆହୁରି ଅଧିକ ପାଣିପାଗ ବିଷୟରେ ଜାଣନ୍ତୁ...