ରାଜା ରାଜୁଡା ଅମଳରୁ ମୟୂରଭଞ୍ଜ ଛଉ ନୃତ୍ୟର ଜନ୍ମ। କାଳକ୍ରମେ ଏହା ବିଶ୍ୱପ୍ରସିଦ୍ଧ ହୋଇ ମୟୂରଭଞ୍ଜ ତଥା ଓଡିଶାର ଗର୍ବ ବୃଦ୍ଧି କରିଛି। ଦେଢ଼ ଶହ ବର୍ଷର ଏହି ପୁରାତନ କଳା ପ୍ରଜା ମାନଙ୍କ ଯୁଦ୍ଧ ଆଖଡା ତଥା ସମର କଳା ଠାରୁ ଆରମ୍ଭ ହୋଇ ଛଉନୃତ୍ୟ ରେ ପହଞ୍ଚିଛି। ସନ୍ଧ୍ୟା ହେଲେ ମୟୂରଭଞ୍ଜର ଗଳି କନ୍ଦିରେ କେଉଁଠି ନା କେଉଁଠି ଧୁମସା ଓ ମହୁରୀର ଶବ୍ଦ ଭାସିଉଠେ। ଛଉ ଆଖଡା ଗୁଡିକରେ ଆରମ୍ଭ ହୁଏ ଛଉନୃତ୍ୟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ସମଗ୍ର ମୟୂରଭଞ୍ଜରେ ପାଖା ପାଖି ୨୦୦ ରୁ ଆଧିକ ଛଉ ଆଖଡା ବା ଛଉନୃତ୍ୟ ଦଳ ରହିଛି। ଯେଉଁଥିରେ କି ହଜାର ହଜାର ଉଭୟ ପୁରୁଷ ଓ ମହିଳା ଛଉ ନୃତ୍ୟ ଶିଳ୍ପୀ, ବାଦ୍ୟକାର ସାମିଲ ରହିଛନ୍ତି। ଛଉ ନୃତ୍ୟ କଳାର ସଂରକ୍ଷଣ ପ୍ରଚାର ପ୍ରସାର ଏବଂ ଶିଳ୍ପୀ, କଳାକାର, ଗୁରୁ ମାନଙ୍କର ରୋଜଗାରର ପନ୍ଥା ଯୋଗାଇ ଦେବା ସହ ଏହି କଳାକୁ ଆଗକୁ ବଢାଇ ନେବାପାଇଁ ଦୀର୍ଘଦିନ ଧରି ଆନ୍ଦୋଳନ ହୋଇ ଆସୁଥିବା ବେଳେ ଶେଷରେ ଏହାର ଅନ୍ତ ଘଟିଛି।
ଆଜି ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଶାସନ ସଚିବ ମଧୂସୁଦନ ପାଢୀ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ, ସାହିତ୍ୟ ଏକାଡେମୀର ସମ୍ପାଦକ ପ୍ରବଧ ରଥ , ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଙ୍କ ସମେତ ବିଭାଗୀୟ ଅଧିକାରୀ, ଛଉ ଗୁରୁ , ଛଉ କଳାକାର ଓ ଛଉ ପ୍ରେମୀ ଉପସ୍ଥିତ ଥିଲେ।