ମାଲକାନଗିରି: ଶିକ୍ଷକଙ୍କ ଶିଶୁ ଶ୍ରମିକଙ୍କୁ କାମରେ ଲଗାଇବା ଘଟଣା । ଶିଶୁ ସୁରକ୍ଷା ଓ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଅସ୍ପଷ୍ଟ । ସପ୍ତାହକ ବିତିଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ୍ । ସୂଚନାନୁସାରେ, ଗତ ସପ୍ତାହରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମଠାରେ ନିଜର ହିତାହିତ ଜ୍ଞାନ ଭୁଲି ଜଣେ ବରିଷ୍ଠ ଶିକ୍ଷକ ନିଜର ଦୁଇ ମହଲା ବିଶିଷ୍ଟ ଘର ଛାତ ଉପରେ ଦୁଇ କୁନିକୁନି ଶିଶୁଙ୍କୁ କାମରେ ଲଗାଇ ଥିଲେ । ଉଦୁଉଦିଆ ଖରାବେଳେ କୁନିକୁନି ଶିଶୁ ଦୁଇଜଣ ଶିକ୍ଷକଙ୍କ ଛାତ ଉପରେ ବାଲି, ଗୋଡ଼ି ଓ ଇଟା ଘଟଣା ବୋହୁଥିବାର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ପରେ ଶିଶୁ ଶ୍ରମିକର ନଗ୍ନ ଦୃଶ୍ୟ ପଦାକୁ ଆସିଥିଲା।
ଏହାପରେ ଶିଶୁ ବିଭାଗ ଓ ଚାଇଲ୍ଡ ଲାଇନ ପକ୍ଷରୁ ତନାଘନା କରାଯାଇ ଶିଶୁ ଦୁହିଁଙ୍କୁ ଠାବ କରାଯାଇ ପ୍ରକୃତ ଘଟଣାର ତଦନ୍ତ କରାଯାଇଥିଲା । ଉଭୟ ଶିଶୁଙ୍କୁ ଉଦ୍ଧାର ପରେ ସେମାନଙ୍କ ଅସହାୟତାକୁ ହୃଦବୋଧ କରି ବିଭାଗ ପକ୍ଷରୁ ଉପଯୁକ୍ତ ସହଯୋଗ କରାଯିବାର ବ୍ୟବସ୍ଥା ମଧ୍ୟ କରାଗଲା। ତେବେ ମାନବିତାକୁ ଭୁଲି ଯାଇ ସମାଜର ଜଣେ ସମ୍ମାନ ପ୍ରାପ୍ୟ ଶିକ୍ଷକ କିଭଳି, କେଉଁ ପରିସ୍ଥିତିରେ ଦୁଇ ଶିଶୁଙ୍କୁ କାମରେ ଲଗାଇଲେ ଓ ଏଥିପାଇଁ ଶିକ୍ଷକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେ ସମ୍ପର୍କରେ କୌଣଷି ତଥ୍ୟ ଦିଆଗଲା ନାହିଁ । ତେବେ ପ୍ରଶ୍ନ ଉଠୁଛି ଆଉ କେତେଦିନ ଶିଶୁମାନେ ଏଭଳି ଶ୍ରମିକଭାବେ କାର୍ଯ୍ୟକରିବେ ?