ତେବେ ରାଜ୍ୟରେ ବର୍ତ୍ତମାନ ମୋଟ ୪୭୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଆଜି ସକାଳେ ୨୬୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ୨୩୪ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୩୦ଟି ଲୋକାଲ କେସ ରହିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ୧୫, ଝାରସୁଗୁଡାରୁ ୧୮, କୋରାପୁଟ ୧, ଯାଜପୁରରୁ ୪୧, କେନ୍ଦୁଝର ୨୫, ମାଲକାନଗିରି ୨, ଭଦ୍ରକ ୧, କନ୍ଧମାଳ ୧, ବରଗଡ଼ ୧୮, ନୂଆପଡାରୁ ୧, ବାଲେଶ୍ୱରରୁ ୧୨, ଅନୁଗୁଳ ୪, ଜଗତସିଂହପୁର ୪, ଗଞ୍ଜାମ ୭୬, ନୟାଗଡ଼ ୨, ଗଜପତିରୁ ୧, ପୁରୀରୁ ୭ ଜଣ ଅଛନ୍ତି ।