Headlines 1pm | 23 Mar 2023 | Argus News
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ
ସମ୍ୱଲପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ । ଏଭଳି ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଓଳ ରେଞ୍ଜର ବିନ୍ଧପୁର ଗ୍ରାମରେ । ଏକ ଭାଲୁ ବିଦ୍ୟୁତ ସସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ବିନ୍ଧପୁର ଗ୍ରାମ ପାଣିଟାଙ୍କି ପାଖରେ ଥିବା ପଣଷ ଗଛର ପାଚିଲା ପଣଷ ବାସ୍ନା ପାଇ ଭାଲୁଟି ପଣଷ ଖାଇବାକୁ ଆସି ବିଦ୍ୟୁତ ତାର ସସ୍ପର୍ଶରେ ଆସିଯାଇଥିଲା । ବିଦ୍ୟୁତ ତାରଟି ମୁହଁରେ ଲାଗିଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି ବୋଲି ବନବିଭାଗ କହିଛି । ୧୧ କେଭି ବିଦ୍ୟୁତ ତାରଟି ସେହି ପଣଷ ଗଛ ଉପର ଦେଇ ଯାଇଅଛି ଏବଂ ପବନ ହେବାରେ ତାହା ଝୁଲି ପଡିଥିଲା ।
Download Argus News App
