ପୁଷ୍ପାଳକ ସେବକ ଦିଅଁମାନଙ୍କୁ ବାରଲାଗି ପାଟ ପିନ୍ଧାନ୍ତି ଏବଂ ମାଳଫୁଲରେ ବେଶ କରାନ୍ତି । ଏହି ବେଶ ମୁଖ୍ୟତଃ ଫୁଲ ବେଶ । କରପଲ୍ଲବ, କୁଣ୍ଡଳ ଓ ଚନ୍ଦ୍ରିକା ଦୁଇ ଠାକୁର (ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଲାଗି ହୁଏ । ତଡ଼କୀ ଓ ଚନ୍ଦ୍ରିକା ଦେବୀ ସୁଭଦ୍ରାଙ୍କୁ ଲାଗି ହୁଏ । ତଡ଼କୀ ହେଉଛି କଣ୍ଠ ନିମନ୍ତେ ଏକ ପୁଷ୍ପ ଭୂଷା । ଦିଅଁମାନେ ଅଧରମାଳା, ଚଉସରା, ବକ୍ଷରେ ପଦକ, ନାସାରେ ଗୁଣା ଓ ନାକୃଆସି, ମଥାରେ ଅଳକା ପରିଧାନ କରନ୍ତି । ପିନ୍ଧାଯାଇଥିବା ବାରଲାଗି ପାଟବରେ ଜୟଦେବଙ୍କ ଗୀତଗୋବିନ୍ଦର କେତୋଟି ଧାଡ଼ି ବୁଣାଯାଇଥାଏ । ବେଶ ବଢ଼ିବା ପରେ ପୁଷ୍ପାଳକ ଠାକୁରମାନଙ୍କୁ କର୍ପୂର ଲାଗି କରାନ୍ତି । ବେଶ ପରେ ବଡ଼ସିଂହାର ଧୂପ ହୁଏ ।
ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଥଯାତ୍ରା ହଜଖାସ ମନ୍ଦିର ବେଢାରେ ହୋଇଛି। ସେହିପରି ବାହୁଡ଼ା ମଧ୍ୟ ମନ୍ଦିର ପରିସରରେ ହେବ।