ସେହିଭଳି ଖୋର୍ଦ୍ଧାରୁ 19, କଟକରୁ 18, ଭଦ୍ରକରୁ 14, କେନ୍ଦୁଝରରୁ 13, ନୟାଗଡ଼ରୁ 12, ମୟୂରଭଞ୍ଜରୁ 10, ଯାଜପୁରରୁ 9, ବାଲେଶ୍ୱରରୁ 8 ଓ କେନ୍ଦ୍ରାପଡ଼ାରୁ 7 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଅନୁଗୁଳରୁ 4, ଢ଼େଙ୍କାନଳରୁ 3, ବଲାଙ୍ଗିର ଓ ଜଗତସିଂହପୁରରୁ 2 ଜଣ ଲେଖାଁଏ ସୁସ୍ଥ ହୋଇଥିବା ବେଳେ ଦେବଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ ଆଜି ସକାଳେ ରାଜ୍ୟରେ ପୁଣି 245 କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 214 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 31 ଜଣ ସ୍ଥାନୀୟ ସଂକ୍ରମଣ । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ବାଲେଶ୍ଵରରୁ 2, ବରଗଡ଼ରୁ 10, ଭଦ୍ରକରୁ 2, କଟକରୁ 7, ଢେଙ୍କାନାଳରୁ 3, ଗଜପତିରୁ 7, ଗଞ୍ଜାମରୁ 96, ଜଗତସିଂହପୁରରୁ 9, ଯାଜପୁରରୁ 40, ଝାରସୁଗୁଡ଼ାରୁ 1, କେନ୍ଦ୍ରାପଡ଼ାରୁ 8, କେଉଁଝରରୁ 7, ଖୋର୍ଦ୍ଧାରୁ 28, ମୟୁରଭଞ୍ଜରୁ 5, ନବରଙ୍ଗପୁରରୁ 7, ନୟାଗଡ଼ରୁ 3, ରାୟଗଡ଼ାରୁ 1, ସୋନପୁରରୁ 1, ସୁନ୍ଦରଗଡ଼ରୁ 6, ଏନଡିଆରଏଫ ଓ ଓଡ୍ରାଫ ଟିମରୁ 2 ଜଣ ଅଛନ୍ତି।