ପଞ୍ଚାୟତ ସ୍ତରରେ କୋଭିଡ କେୟାର କମିଟି କରି ପାଣ୍ଠି ଖର୍ଚ୍ଚ କରିବାକୁ କହିବା ସହ ତାଲିମ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ପଞ୍ଚାୟତରେ ଟିଏମସି ଓ କୋଭିଡ କେୟାର ହୋମ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ପ୍ରତି ଯତ୍ନଶୀଳ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
ମାସ୍କ ଓ ସାମାଜିକ ଦୂରତା ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିବାକୁ କହିବା ସହ ଘରୋଇ ହସ୍ପିଟାଲଗୁଡ଼ିକୁ କରୋନା ନେଇ ସଚେତନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧୁ ନଥିବା ଲୋକଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଆପଣାଇବା ସହ କୋରୋନା ମୁକାବିଲାରେ ସବୁ ସରକାରୀ ବିଭାଗକୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।