ଆଜି ସକାଳ ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୦୫ ଫୁଟ ରହିଛି । ସେହିପରି ଉପର ମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୪୪ ହଜାର ୯୦୭ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୯୫ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏବେ ମୋଟ ୮ଟି ଗେଟ ଖୋଲା ଅଛି ।
ପୁଣି ବନ୍ଦ ହେଲା ୪ଟି ଗେଟ

ସମ୍ୱଲପୁର: ପୁଣି ବନ୍ଦ ହେଲା ୪ଟି ଗେଟ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଥିବାରୁ ପର୍ଯ୍ୟାୟକ୍ରମେ ଗେଟ ବନ୍ଦ କରାଯାଉଛି । ଗତ ୨୫ ତାରିଖ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିବାବେଳେ ମୋଟ ୧୫ଟି ଯୋଗେ ଜଳ ନିଷ୍କାସନ ହେଉଥିଲା । ତେବେ ଜଳସ୍ତର ହ୍ରାସ ହେଉଥିବାରୁ ରବିବାର ୩ଟି ଗେଟ ବନ୍ଦ କରାଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ପୁଣି ୪ଟି ଗେଟ ବନ୍ଦ କରାଯାଇଛି ।
Download Argus News App
