ଭଞ୍ଜନଗର ଉପଖଣ୍ଡକୁ ଲାଗିଥିବା ୬ଟି ଗାଁକୁ ବଫର ଜୋନ ଘୋଷଣା ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏନଏସିର ଦୋକାନ, ବଜାର ବନ୍ଦ । ସେହିପରି ଛତ୍ରପୁରର ବାରାକ ସାହି କଣ୍ଟେନମେଣ୍ଟ ଜୋନ ଘୋଷିତ ହୋଇଛି । କବିସୂର୍ଯ୍ୟନଗର ବ୍ଲକର ଏ. ବାରିଡ଼ା ଗାଁକୁ ଗତକାଲିଠୁ ୭୨ ଘଣ୍ଟିଆ ସଟ ଡାଉନ ଘୋଷଣା ହୋଇଛି । ସବୁଠାରୁ ଚିନ୍ତାରେ ପଡିଛନ୍ତି ପ୍ରବାସୀ । କାରଣ ସଙ୍ଘରୋଧ ଅବଧି ସରିଗଲା, ଘରେ ରହିଲେ କିନ୍ତୁ ଲକ୍ଷଣ ନ ଥିବା ହେତୁ ତାଙ୍କର ଟେଷ୍ଟ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହା ଭିତରେ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟ ବଢ଼ି ବଢ଼ି ଚାଲିଛି । ଏହାସହ ମୃତ୍ୟୁ ସଂଖ୍ୟା ବମି ବୃଦ୍ଧି ପାଇବାରେ ଲାଗିଛି ।
ଗଞ୍ଜାମ: ଆଜିଠୁ ଛତ୍ରପୁର ଏନଏସି ୬ ଦିନିଆ ସଟଡାଉନ

ବ୍ରହ୍ମପୁର: ଗଞ୍ଜାମରେ ବଢୁଛି ସଂକ୍ରମଣ । ଆଜିଠୁ ଛତ୍ରପୁର ଏନଏସି ୬ ଦିନିଆ ସଟଡାଉନ । ସେହିପରି କବିସୂର୍ଯ୍ୟନଗର ଏନଏସିରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜିଠୁ ୬ ଦିନିଆ ସଟ ଡାଉନ ଘୋଷଣା ହୋଇଛି । ପୁଣି ହିଂଜିଳିର ୱାର୍ଡ ନମ୍ବର ୬,୧୦,୧୨ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଭଞ୍ଜନଗର ସହର ଏନଏସିର ୬ ଓ ୧୨ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଗଂଜାମ ଆଠଗଡପାଟଣା ଗ୍ରାମ ପଞ୍ଚାୟତ ଛଅ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ସୁନିଲ କୁମାର ପୋଲାଇ ।
Download Argus News App
