ଏହାସହିତ ମଦ ଦୋକାନୀଙ୍କ ଦୁଇ ମାସର ଲାଇସେନ୍ସ ଫି ଛାଡ କରାଯାଇଛି । ସାନ୍ଧ୍ୟକାଳୀନ ଭିଡକୁ ଏଡାିବା ପାଇଁ 6 ପର୍ଯ୍ୟନ୍ତ ଖୋଲିବ ଦୋକାନ । କାଉଣ୍ଟରରେ ଭିଡ ନ କରାଇବା ପାଇଁ ଦିଆଯିବ ଇ-ଟୋକନ ବ୍ୟବସ୍ଥା । ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରି ମଦ ବିକ୍ରି କରାଯିବ ।
କାଲିଠାରୁ ଅଫଲାଇନରେ ମିଳିବ ମଦ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଅନଲାଇନ ସହ ଅଫଲାଇନରେ ବି ମିଳିବ ମଦ । ପୂର୍ବରୁ କେବଳ ଅନଲାଇନରେ ବିକ୍ରି ପାଇଁ ମିଳିଥିଲା ଅନୁମତି । ତେବେ କାଲିଠୁ ଅଫଲାଇନରେ ମଦ ମିଳିବା ନେଇ ଆଜି ସୂଚନା ଦିଆଯାଇଛି । ବିଦେଶୀ ମଦ, ବିୟର ଦୋକାନ କାଉଣ୍ଟରରେ ମିଳିବ ମଦ । ତେବେ ଅଫଲାଇନ ସକାଳ ୭ରୁ ସନ୍ଧ୍ୟା ୬ ଯାଏଁ ବିକ୍ରି ପାଇଁ ଅନୁମତି ମିଳିଛି । ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି ।
Download Argus News App
