ଭୁବନେଶ୍ୱର: ବିବାଦ ଘେରରେ ହେବିୱେଟ କ୍ୟାବିନେଟ ମନ୍ତ୍ରୀ ନବ ଦାସ ଓ ତାଙ୍କ ଝିଅ ଦିପାଲୀ ଦାସ । ନିଜକୁ ବଞ୍ଚାଇବା ପାଇଁ ବ୍ୟାକଡେଟରେ ଲେଟର କରି ଦିପାଲୀଙ୍କୁ ତାଙ୍କ ପ୍ରତିନିଧି ପଦରୁ ହଟାଇଛନ୍ତି ନବ । ହେଲେ ଆଶ୍ଚର୍ୟ୍ୟର କଥା ଏବେ ବି ନିଜ ସୋସିଆଲ ପେଜ ଆକାଉଣ୍ଟରେ ନବ ଦାସଙ୍କ ପ୍ରତିନିଧି ବୋଲି ଉଲ୍ଲେଖ କରିଛନ୍ତି ଦିପାଲୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସାଧାରଣ ଜନତାଙ୍କ ଚାପରେ ଚେପା ପାୱାରଫୁଲ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଦେଖନ୍ତୁ ଏ ଚିଠିକୁ । ଏଥିରେ ଉଲ୍ଲେଖ ରହିଛି ସେ ପୂର୍ବରୁ ପ୍ରତିନିଧି ଭାବେ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିକୁ ରଦ୍ଧ କରିବାକୁ ବା ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି । ଇଏ ହେଉଛି ସେହି ଚିଠି । ଯେଉଁଥିରେ ନବ ଦାସ ତାଙ୍କ ଅଫିସିଆଲ୍ ଲେଟର ପ୍ୟାଡ୍ରେ ଉଲ୍ଲେଖ କରିଛନ୍ତି ତାଙ୍କ ଝିଅ ଦୀପାଲି ଦାସ ତାଙ୍କ ଅଫିସ କାମ କରିବେ । ଏଥିପାଇଁ ତାଙ୍କୁ ସେ ତାଙ୍କୁ ପ୍ରତିନିଧି ମୋନନୀତ କରୁଛନ୍ତି ।
ତେବେ ଚିଠି ପ୍ରତ୍ୟାହାର ନେଇ ନବ ଦାସ ଚିଠି ଲେଖିଛନ୍ତି ୩୦ ମେରେ । ଯାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଛି । ଏଇ ସନ୍ଦେହକୁ ବେଶୀ ବଢାଉଛି ଦିପାଲି ଦାସଙ୍କ ଟ୍ବିଟର ଓ ଫେସବୁକ୍ ଆକାଉଣ୍ଟ । ଆକାଉଣ୍ଟରେ ଦୀପାଲୀ ଦାସ ନିଜକୁ ନବ ଦାସଙ୍କ ପ୍ରତିନିଧି ଭାବେ ଉଲ୍ଲେଖ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯଦି ମେ ୩୧ରୁ ଦୀପାଲି ନବ ଦାସଙ୍କ ପ୍ରତିନିଧି ନାହାନ୍ତି ତାହା ହେଲେ ନିଜ ଆକାଉଣ୍ଟରୁ କାହିଁକି ହଟାଇ ନାହାନ୍ତି, କାହିଁକି ନବ ଦାସଙ୍କ ପ୍ରତିନିଧି ଉଲ୍ଲେଖ କରି ଦ୍ବନ୍ଦ୍ବ ସୃଷ୍ଚି କରୁଛନ୍ତି ନା ନବ ଦାସଙ୍କ ବ୍ୟାକ୍ ଡେଟ୍ରେ ଏଇ ଚିଠି ଲେଖିଛନ୍ତି, ଦିପାଲୀଙ୍କୁ ନେଇ ବିବାଦ ବଢିବା ପରେ ଏଇ ଚିଠି ଲେଖାଯାଇନାହିଁ ତ, ମେ ୩୧ ପରେ ଦିପାଲୀ କୈଣସି କାର୍ଯ୍ୟକ୍ରମରେ ନବ ଦାସଙ୍କ ପ୍ରତିନିଧି ଭାବେ ଯୋଗ ଦେଇନାହାନ୍ତି କି, ଏନେଇ ସ୍ପଷ୍ଟ କରିବେ କି ନବ ଦାସ କିମ୍ବା ଦିପାଲୀ, କାହା କ୍ଷମତାରେ ସରକାରୀ କନଫରେନ୍ସ ହଲରେ ବେସରକାରୀ କାର୍ୟ୍ୟକ୍ରମ କଲେ ଦିପାଲୀ, ନା ମନ୍ତ୍ରୀଙ୍କ ଝିଅ ବୋଲି ତାଙ୍କୁ ଅଟକାଇବା ପାଇଁ ଡରିଲା ପ୍ରଶାସନ ।