ସମ୍ୱଲପୁର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ବରଗଡ଼ ଅବକାରୀ ଅଧିକ୍ଷକ ମକରଧ୍ୱଜ ବାର୍ଗେଙ୍କ ସମ୍ବଲପୁର ବୁଢ଼ାରଜା ସ୍ଥିତ ବାସଭବନ ସହ ଅନ୍ୟ ଆଠଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ବୁର୍ଲା ଆଦି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ସମ୍ବଲପୁର ବାସଭବନରେ ଚଢ଼ାଉ ସମୟରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ରୁପା ଜବତ କରାଯାଇଛି । ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନାମରେ ଗୁରୁତର ଅଭିଯୋଗ ହେବା ପରେ ଏଭଳି ଏକ ବଡ ଧରଣର ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି