ଗାଁର ପୋଖରୀ ହୁଡାରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କାହ୍ନୁ ପରିଡା । ବୟସ 37 ବର୍ଷ ବୋଲି ଜଣାପଡିଛି । ଗୁଳିଟି ତାଙ୍କର ମୁହଁରେ ବାଜିବା ସହ ଗୁଳି ଏବେ ବି ଶରୀରରେ ରହିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ପାଇ ବାଣପୁର ପୋଲିସ୍ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଏହି ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ତେବେ ଘରୋଇ ଝଗଡାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କାରଣ ଆକ୍ରମଣକାରୀ ଏବଂ ଆହତ ଦୁହେଁ ସଂପର୍କୀୟ ଭାଇ । ପୂର୍ବ ଶତ୍ରୁତା ଯୋଗୁଁ ଏହି ଗୁଳିକାଣ୍ଡ ହୋଇଥିବା ନେଇ କାହ୍ନୁଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।