ସେହିପରି ଓଡ଼ିଶାରେ କୋଭିଡ୍-୧୯ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ଲାଜ୍ମା ଥେରାପିର ପ୍ରୟୋଗ ନିମନ୍ତେ ମନୋନୀତ ହୋଇଥିବା ଚାରୋଟି ହସପିଟାଲ୍ ମଧ୍ୟରୁ ସମ୍ ହସପିଟାଲ୍ ଅନ୍ୟତମ ଭାବେ ମନୋନୀତ ହୋଇଛି । ଭ୍ୟାକସିନ୍ର ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଇସିଏମଆର ପକ୍ଷରୁ ସମ୍ ହସପିଟାଲ୍କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି ।
୧୬୦୦ ଶଯ୍ୟା ବିଶିଷ୍ଟ ଏବଂ ୪୦ଟି ବିଭାଗ ଥିବା ସମ ହସପିଟାଲ ହେଉଛି ଓଡ଼ିଶାର ଏକମାତ୍ର ଡାକ୍ତରୀ ଅନୁଷ୍ଠାନ ଯାହା ଆଇସିଏମଆର ପକ୍ଷରୁ ଏହି ଭ୍ୟାକସିନ୍ ପରୀକ୍ଷଣ ନେଇ ମନୋନୀତ ହୋଇଥିବା ଦେଶର ୧୩ଟି ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି । ତେବେ ହସପିଟାଲ୍ର ଇନଷ୍ଟିଚ୍ୟୁସନାଲ ଏଥିକାଲ କମିଟିର ଅନୁମୋଦନ ଲାଭ କରିବା ପରେ ଏହି ପରୀକ୍ଷଣ କରାଯିବ ।
ସେହିପରି ପ୍ଲାଜମା ଥେରାପି ମାଧ୍ୟମରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରୁ ଆଂଟିବଡି ସଂଗ୍ରହ କରାଯାଇ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରାଯିବ । ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍ ପକ୍ଷରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର, କେନ୍ଦ୍ରାପଡା ଏବଂ ତାଳଚେରରେ ତିନୋଟି କୋଭିଡ-୧୯ ହସପିଟାଲ ସ୍ଥାପିତ କରାଯାଇ ରୋଗୀଙ୍କ ଚିକିତ୍ସା ଜାରି ରହିଛି ।