ଯେଉଁଥିରେ ଲେଖା ଯାଇଥିଲା 2 ତାରିଖ ସୁଦ୍ଧା 10 ଲକ୍ଷ ଟଙ୍କା ନଚେତ 100 କୁଇଣ୍ଟାଲ ଚାଉଳ ଦିଆଯାଉ ବୋଲି ଲେଖା ଥିବା ମାଓ ପୋଷ୍ଟରକୁ ଗ୍ରାମବାସୀ ଦେଖିଥିଲେ । ଏବଂ ସେଥିରେ ଲେଖାଯାଇଛି ଯେ ଆମକଥାକୁ ମଜା ଭାବିବେ ନାହିଁ, ଏଇ ଦିନେ ଦୁଇଦିନ ମଧ୍ୟରେ ଆମେ ଏମିତି କିଛି କାମକରି ଧମାଲ କରିବୁ ଯେ ଆପଣମାଙ୍କ ବିଶ୍ୱାସ ହୋଇଯିବ ।
ଶେଷରେ ଜୟ ମାଓବାଦୀ ଲେଖାଯାଇଥିଲା । ଏପରି ଘଟଣାକୁ ନେଇ ଗ୍ରାମରେ ହଇଚଇ ଦେଖାଦେଇଛି । ଏହି ଘଟଣା ଶୁକୃଳି ଅଂଚଳ ରେ ଆଗରୁ ଏପରି ଘଟଣା କେବେ ହୋଇନଥିବା ଚର୍ଚ୍ଚା ହେଉଛି । ତେବେ ରରୁଆଁ ଥାନା ଅଧିକାରୀ ଦିବ୍ୟକାନ୍ତି ଲାକ୍ରାଙ୍କୁ ପଚାରିବାରୁ ସେ ଏହି ଘଟଣା ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି ।