ସିଂହଦ୍ୱାର ନିକଟସ୍ଥ ବଡ଼ଛାଉଣୀ ମଠ କୂଅରୁ ଜଳ ନେଇ ସେଥିରେ କ୍ଷୀର, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯାଇଥାଏ । ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନିରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହାକୁ ଭଙ୍ଗାଯାଇଥାଏ । ଏହି ପଣା ରଥଯାତ୍ରାରେ ଯାଇଥିବା ସମସ୍ତ ପାର୍ଶ୍ୱ ଦେବଦେବୀଙ୍କ ସମେତ ଭୋଗ ପାଇବା ପାଇଁ ଯାଇଥିବା ଚଣ୍ଡୀ, ଚାମୁଣ୍ଡାଙ୍କୁ ଉତ୍ସର୍ଗ କରାଯାଇଥାଏ । ତେବେ ଆସନ୍ତାକାଲି ସମାପନ ହେବ ନିଳଦ୍ରୀବିଜେ । ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂତ୍ତି ।