ଯାହାବି ତୋଟାଗୁଡା ଓ ଆଖପାଖ ଅଞ୍ଚଳରେ କ୍ଷୟକ୍ଷତି ହେଉଛି ସେଥିପାଇଁ ବାସୁ ଓ ସୁତି ଖିଲ ଦାୟୀ। ବହୁ ପୂର୍ବରୁ ଗ୍ରାମବାସୀ ଅନ୍ଧ ବିଶ୍ୱାସରେ ଶିକାର ହୋଇ ନାନା ନିର୍ଯ୍ୟାତନା ଦେଉଥିଲେ । କିନ୍ତୁ ଚାରିଦିନ ତଳେ ଗ୍ରାମରେ କଙ୍ଗାରୁକୋର୍ଟ ବସାଇ ଏହି ଦୁଇ ପରିବାରର ୨୦ସଦସ୍ୟମାନଙ୍କୁ ଗ୍ରାମ ଛାଡିବାକୁ ଆଦେଶ ଦିଆଯାଇଥିଲା । ଏହାସହ ଯଦି ସେମାନେ ଗ୍ରାମ ନଛାଡନ୍ତି ତାହେଲେ, ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ରାତି ପାହିବା ମାତ୍ରେ ଗ୍ରାମ, ଘର ଦ୍ୱାର, ଜମିପଟା, ଗାଇଗୋରୁ, ଛେଳିମେଣ୍ଡା ଛାଡିବା ସହ କିଛି ବି ଜିନିଷପତ୍ର ନ ନେବାକୁ କଡା ଚେତାବନୀ ଦେଇଥିଲେ ।
ତୋଟାଗୁଡା ଗ୍ରାମବାସୀଙ୍କ ଆକ୍ରୋଶ ଦେଖି ଏହି ଦୁଇ ପରିବାର ଗ୍ରାମବାସୀଙ୍କୁ ବୁଜାଶୁଜା କରାଇବା ଆରମ୍ଭ କରିଥିଲେ। କିନ୍ତୁ ଗ୍ରାମବାସୀ ଏଥିରେ ରାଜି ହୋଇନଥିଲେ । ଫଳରେ ଦୁଇ ପରିବାର ଭୟଭୀତ ହୋଇ ଏକ ଡଙ୍ଗା ସାହାଯ୍ୟରେ ଗ୍ରାମ ଛାଡିଛନ୍ତି । ଓ ଚିତ୍ରକୋଣ୍ଡା ଆସି ପହଞ୍ଚିଛନ୍ତି । ଏପଟେ ବିନା ଦୋଷରେ ଦୋଷୀ ହୋଇ ଘରଦ୍ୱାର ଛାଡିବା ପରେ ସେପଟେ ଦାଉ ସାଧୁଛି କୋରୋନା କଟକଣା। ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନା ଅଛି ୨୦ ସଦସ୍ୟ ମାନଙ୍କ ପେଟକୁ ଦାନା। ଦୁଇ ପରିବାର କହିବା ଅନୁସାରେ ସରକାର କିମ୍ଭା ପ୍ରଶାସନ ତରଫରୁ ରହିବା, ଖାଇବାର ବ୍ୟବସ୍ଥା ଓ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।