ସ୍ମିଥ ଅନେକ ସମୟରେ ବ୍ୟାକ୍ଫୁଟ୍ରେ ଖେଳନ୍ତି ଏବଂ ଅନେକ ସମୟ ଧରି ଖେଳନ୍ତି ତେଣୁ ତାଙ୍କୁ ବୋଲିଂ କରିବା ଆହ୍ୱାନପୂର୍ଣ୍ଣ ବୋଲି କହିଛନ୍ତି କୁଲଦୀପ । ଅନ୍ୟ ପକ୍ଷରେ ଡିଭିଲିୟର୍ସ କ୍ରିକେଟର ସମସ୍ତ ସଟ ଖେଳିବାର କ୍ଷମତା ରଖିଛନ୍ତି । ଏହି କାରଣରୁ ଏହି ଦୁଇଙ୍କ ବିପକ୍ଷରେ ବୋଲିଂ କରିବା ବେଳେ ବହୁ ଚିନ୍ତା କରିଥାନ୍ତି ବୋଲି କୁଲଦୀପ କହିଛନ୍ତି । ଏଥିରେ ତାଙ୍କ ସ୍ପିନ ବୋଲିଂ ପାର୍ଟନର ଚହଲ ମଧ୍ୟ ତାଙ୍କୁ ସାହାଯ୍ୟ ଏବଂ ସପୋର୍ଟ ଯୋଗାଇଥାନ୍ତି । ସେହିଭଳି ମହେନ୍ଦ୍ର ସିଂ ଧୋନି ସର୍ବଦା ତାଙ୍କୁ ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇଥାନ୍ତି ବୋଲି କୁଲଦୀପ କହିଛନ୍ତି ।
ପୂର୍ବ ବର୍ଷ ଲମ୍ବା ସମୟ ଖରାପ ପ୍ରଦର୍ଶନ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କୁଲଦୀପ । ଟିମ୍ରେ ଲଗାତାର ଖେଳିବର ସୁଯୋଗ ନପାଇବାରୁ ପ୍ରଦର୍ଶନ ଖରାପ ହୋଇଥିଲା ବୋଲି କହିଛନ୍ତି କୁଲଦୀପ । 2019 ବିଶ୍ୱକପ୍ ପୂର୍ବରୁ ବହୁ ପ୍ରାକ୍ଟିସ୍ କରିଥିବା ସତ୍ତ୍ୱେ ଆଇପିଏଲରେ ଖରାପ ପ୍ରଦର୍ଶନ ପାଇଁ ଅଧିକ ୱିକେଟ ନେବାରେ ବିଫଳ ହୋଇଥିଲେ ବୋଲି କୁଲଦୀପ କହିଛନ୍ତି । ତାପରେ ଟିମ୍ରୁ ଏଣ୍ଟ୍ରି, ଆଉଟ ହେବାରେ ଲାଗିଲି । ଏହି ସମୟରେ ଆତ୍ମବିଶ୍ୱାସ କମିବା ସ୍ୱାଭାବିକ । ପରେ କୌଶଳରେ ଅବନତି ହେବାରେ ଲାଗିଲା ବୋଲି କହିବା ସହ ୟୁଜବେନ୍ଦ୍ର ଚହଲଙ୍କ ଠାରୁ ସେ ଟିପ୍ସ ନେଉଥିବା କଥା ମଧ୍ୟ କହିଛନ୍ତି କୁଲଦୀପ ଯାଦବ ।