ଏହାସହ ଆମକୁ ନିୟମ ମାନିବାକୁ ପଡ଼ିବ । ନିୟମ ଉଲ୍ଲଙ୍ଘନ କଲେ କିପରି ସଂକ୍ରମଣ ବଢ଼େ ତାହା ଆପଣମାନେ ଜାଣିପାରୁଥିବେ । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି । ଓଡ଼ିଶାରେ ଏବେ ବି ମଧ୍ୟ ବିପର୍ଯ୍ୟୟ ଅବସ୍ଥା ହୋଇନାହିଁ । ହେଲେ ଆମକୁ ସାବଧାନ ରହିବାକୁ ପଡ଼ିବ । ନଚେତ ପରେ ପସ୍ତେଇବାକୁ ପଡ଼ିବ ବୋଲି କହିଛନ୍ତି ବାଗଚୀ ।
ବାଗଚୀ ଆହୁରି ମଧ୍ୟ କହିଛନ୍ତି ଘରକୁ ଘର ୪୫ ଦିନର ଅଭିଯାନ ଜାରି ରହିବ । ଘର ଘର ଅଭିଯାନ ବେଳେ ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ସାମାନ୍ୟ ଲକ୍ଷଣ ଥିଲେ ବି ଲୁଚାନ୍ତୁ ନାହିଁ । ଏମିତି କୁହନ୍ତୁ ନାହିଁ ନା କିଛି ହୋଇନାହିଁ । ଲକ୍ଷଣ ଲୁଚାଇଲେ ଚିରଦିନ ପାଇଁ ଆପଣ ଲୁଚି ଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ବାଗଚୀ ।
ଜନଜୀବନ ବଞ୍ଚାଇବା ପାଇଁ କଠୋର ପଦକ୍ଷେପ ନେବାକୁ ପଡ଼ିବ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫୫୦୨ଜଣ ସୁସ୍ଥ ହୋଇଥିବା ବେଳେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୨୫୬୭ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ବୋଲି କହିଛନ୍ତି ସୁବ୍ରତ ବାଗଚୀ ।