ଭୁବନେଶ୍ୱର ପଟିଆ ସ୍ଥିତ ରାଜା ମଧୁସୂଦନ ଦେଓ ଡିଗ୍ରି କଲେଜରେ ଏଭଳି ଅଭାବନୀୟ ଘଟଣା ଘଟିଛି । ହାଠତ କିପରି ଜଣେ ଛାତ୍ର ଆସି କଲେଜ ଅଧ୍ୟକ୍ଷଙ୍କ ଉପରକୁ ମାରଣାସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରୁଛି । କେହେ କିଛି ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ପ୍ରହାର କରି ଚାଲିଛି ଛାତ୍ର ଜଣକ । ରୁମରେ ଥିବା ଅନ୍ୟ ଲୋକମାନେ ପରେ ଛାତ୍ରକୁ କାବୁ କରି ସେଠାରୁ ବାହାର କରିବାରେ ସଫଳ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ, ପୂର୍ବର କୌଣିସ ଏକ କାରଣକୁ ନେଇ ଅଭିଯୁକ୍ତ ଛାତ୍ର ସୋମନାଥ ସୂତାର କଲେଜ ଅଧକ୍ଷ ପ୍ରଶାନ୍ତ କୁମାରଙ୍କୁ ଆକ୍ରମଣ କରିଥିଲା । ତେବେ ଘଟଣା ପରେ ଇନଫୋସିଟି ଥାନା ପୋଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ଆକ୍ରମଣରେ ବ୍ୟବହୃତ ହାତୁଡିକୁ ଜବତ କରିଛି ।