କ୍ଷମତାର ଅପବ୍ୟବହାର । ଇନ୍ଦ୍ରଚନ୍ଦ୍ର ମାନିଲେନି ସରପଞ୍ଚ । ଛୋଟିଆ ଘଟଣାରେ ଯୁବକଙ୍କୁ ବାନ୍ଧି ମାଡ଼ । ସ୍ପଟରେ ଫୈସଲା ଶୁଣାଇଲେ ସରପଞ୍ଚ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ପନ୍ଦାଡ଼ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ପଞ୍ଚାୟତର ପ୍ରଫୁଲ ଜେନା ତାଙ୍କ ପୁଅ ବାହାଘର ପାଇଁ ଟେଣ୍ଡ ମାରିବାକୁ କାଳନ୍ଦି ଜେନାଙ୍କୁ ୧୦୦୦ ଟଙ୍କା ଆଡ଼ଭାନ୍ସ ଦେଇଥିଲେ । କିନ୍ତୁ କାଳନ୍ଦିଙ୍କୁ ଦର ମୁତାବକ ଟଙ୍କା ପସନ୍ଦ ନଥିଲା ।
ପ୍ରଫୁଲ କାଳନ୍ଦିଙ୍କୁ କିଛି ନକହି ସେହି ପଞ୍ଚାୟତର କୁନୁରୁ ନାୟକଙ୍କୁ ଟେଣ୍ଡ ମାରିବା ପାଇଁ କହିଥିଲେ । ଏହାପରେ କାଳନ୍ଦି, ସରପଞ୍ଚ ଅନିରୁଦ୍ଧ ବେହେରାଙ୍କୁ ଜଣାଇଲେ । ସରପଞ୍ଚ କିଛି ନବୁଝି କୁନୁରୁଙ୍କୁ ପଞ୍ଚାୟତକୁ ଡାକି ଏକ ଗଛରେ ବାନ୍ଧି ଦେଇଥିଲେ । କହିଥିଲେ, ଆମେ ବିଜେଡି ଲୋକ, ଆମର କେହି କିଛି କରିପାରିବେନି । ଏବେ ପ୍ରଶ୍ନ ଉଠୁଛି ସରପଞ୍ଚ, ସମାଧାନ ପାଇଁ ସରପଞ୍ଚ ଦୁଇ ଜଣକୁ ଡାକି ଏମିତି ଅମାନୁଷିକ କାମ କଲେ କାହିଁକି ? କିଛି ନ ବୁଝି କାହିଁକି କ୍ଷମତାର ଅପବ୍ୟବହାର କଲେ ସରପଞ୍ଚ ? ବିଜେଡ ଲୋକ ବୋଲି କଣ ସେମାନଙ୍କ ପାଇଁ ଆଇନ୍ ଅଲଗା ?