ଉପର ମୁଣ୍ତରେ ବର୍ଷା ପରିମାଣ ମଧ୍ୟମ ଥିବାରୁ ଜଳଭଣ୍ତାରକୁ ସେକେଣ୍ତ ପ୍ରତି ୧ ଲକ୍ଷ ୦୭ ହଜାର ୬୧ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ଏବେ ମୋଟ ୬ ଟି ଗେଟ ଖୋଲାଥିବା ବେଳେ ସେକେଣ୍ତ ପ୍ରତି ୧ ଲକ୍ଷ ରୁ ଉର୍ଦ୍ଧ୍ଵ ଜଳ ନିଷ୍କାସନ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ହୀରାକୁଦ ଜଳଭଣ୍ଡାରର ଆଉ ୪ ଟି ଗେଟ୍ ବନ୍ଦ

ସମ୍ବଲପୁର : ପୁଣି ବନ୍ଦ ହେଲା ହୀରାକୁଦ ଜଳଭଣ୍ତାର ୪ ଟି ଗେଟ । ମୋଟ ୧୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା । ତେଵେ ଆଜି ସକାଳୁ ପୁଣି ଜଳସ୍ତର ହ୍ରାସ ପାଇବାରୁ ୪ ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ଜଳଭଣ୍ତାର ଜଳସ୍ତର ୫୯୯.୮୯ ଫୁଟ ରହିଛି । ଏବେ ମୋଟ ୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଜଳଭଣ୍ତାର ଉପର ମୁଣ୍ତରେ ବର୍ଷା ଆଶଙ୍କା ନେଇ ପର୍ଯ୍ୟାୟ କ୍ରମେ ଗେଟ ଖୋଲିଥିଲା ।
ରାସ୍ତାକଡକୁ ଖସିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ବାଘମାରି ସିମୋର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ବସଟି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା କଡରେ ଖସି ପଡିଥିଲା। ଏଥିରେ 20ଯାତ୍ରୀ ଆହାତ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିବ
Download Argus News App
