ଆର୍ଥିକ ଗତିବିଧି ଉପରେ କରୋନା ପ୍ରହାର ଲାଗିଛି । ରାଜ୍ୟରେ ଆର୍ଥିକ ସ୍ଥିତି ଖରାପ ଆଡ଼କୁ ଗତି କରୁଛି । ଏଭଳିକି ରାଜ୍ୟ ସରକାର ଆର୍ଥିକ ସ୍ଥିତି ନିୟନ୍ତ୍ରଣ ପାଇଁ ବିଭିନ୍ନ କଟକଣା ଲଗାଇଛନ୍ତି । ରାଜ୍ୟରେ ଦୁଇ ବର୍ଷ ନୂଆ ସରକାରୀ ପଦବୀ ସୃଷ୍ଟି ହେବ ନାହଁ । ସରକାରୀ ଅଧିକାରୀ ବିଜନେସ୍ କ୍ଲାସ୍ରେ ଭ୍ରମଣ କରିପାରିବେ ନାହିଁ । ନୂଆ ଗାଡ଼ି କିଣାଯାଇ ପାରିବନାହିଁ । ଏଭଳି କିଛି କଟକଣା ରାଜ୍ୟ ସରକାର ଲଗାଇଛନ୍ତି । ଯାହାକି ରାଜ୍ୟରେ ଆର୍ଥିକ ସ୍ଥିତି ଉତ୍କଟ ହେଉଥିବା ସ୍ପଷ୍ଟ ହୋଇଛି ।
ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ହେଉଥିବା ବେଳେ ଜୀବନ ଜୀବିକା ପ୍ରଭାବିତ ହୋଇଛି । ତେବେ ଆଇନଜୀବୀମାନେ ମଧ୍ୟ ଏଥିରେ ଶିକାର ହେଉଥିବା ଦେଖିବାକୁ ମିଳିଛି । ଲୋକଙ୍କ ହକ୍ ପାଇଁ ଲଢ଼େଇ କରୁଥିବା ଜଣେ ଓକିଲ ଆଜି ସରକାରଙ୍କୁ ସହାୟତା ମାଗୁଛି । ତେବେ ଓକିଲମାନଙ୍କ ଏଭଳି ଅଭିନବ ପ୍ରତିବାଦ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।