ସୂଚନା ଅନୁଯାୟୀ, ସମ୍ପୃକ୍ତ ଅଧିକାରୀ ଏକପାଖିଆ ଭଲ ପାଇ ଜଣେ ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଦେଉଥିଲେ ମାନସିକ ନିର୍ୟାତନା। ଅଧିକାରୀ ଜଣକ ଅଶ୍ଳୀଳ ଭିଡିଓ, ଫୋନ୍, ମେସେଜ ପଠାଉଥିଲେ। ଯୁବତୀ ଜଣକ ତାଙ୍କୁ ବାରଣ ସତ୍ତ୍ୱେ ତାଙ୍କ ସହ ସମ୍ପର୍କ ରଖିବାକୁ ସେ ବାଧ୍ୟ କରୁଥିଲେ। ଯୁବତୀ ଜଣଙ୍କ କଣ୍ଟ୍ରାକ୍ଚୁଆଲ ଭାବେ ଆୟୁଷରେ କାର୍ୟ୍ୟ କରୁଛନ୍ତି । ଯୁବତୀ ଜଣକ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ତା ସହ ନଗ୍ନ ଭିଡିଓ ମଧ୍ୟ ପଠାଉଛନ୍ତି। ହ୍ୱାଟସ୍ଆପରେ ବ୍ଲକ କଲେ ଫୋନ୍ କରି ଅଶ୍ଲୀଳ କଥା କହୁଛନ୍ତି। ପ୍ରତିବାଦ କଲେ ଚାକିରୀ ନେଇଯିବେ ବୋଲି ଧମକ ଦେଉଥିଲେ।
ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ
ଭୁବନେଶ୍ୱର: ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ । ଥାନାରେ ହାଜର ହେବାକୁ ମହିଳା ଥାନା ପକ୍ଷରୁ ହୋଇଥିଲା ନୋଟିସ । ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ପଠାଉଥିଲେ ଅଶ୍ଳୀଳ ମେସେଜ, ଅଶ୍ଲୀଳ ଭିଡ଼ିଓ । ଏହାସହ ପ୍ରେମ ନିବେଦନ କରୁଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ଅଭିଯୋକାରିଣୀ ଯୁବତୀଙ୍କ ବୟାନ ରେକର୍ଡ କରିଛି ପୋଲିସ ।
ରାସ୍ତାକଡକୁ ଖସିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ବାଘମାରି ସିମୋର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ବସଟି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା କଡରେ ଖସି ପଡିଥିଲା। ଏଥିରେ 20ଯାତ୍ରୀ ଆହାତ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିବ
Download Argus News App
