ଏମିତି ଅଭିଯୋଗ ଆଣିଛନ୍ତି ଆଇପିଏସ୍ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ । ସେ କହିଛନ୍ତି ଲିଷ୍ଟରେ ଥିବା ସାଙ୍ଗକୁ ମାଗୁଛନ୍ତି ଟଙ୍କା । ସାଙ୍ଗମାନଙ୍କ ଠାରୁ ଖବର ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଇପିଏସ୍ ଅଧିକାରୀ । ସେଥିପାଇଁ ନିଜେ ଏନେଇ ସୂଚନା ଦେଇଛନ୍ତି ଆଇପିଏସ୍ ଅଧିକାରୀ ।
ବର୍ତ୍ତମାନ ରେଳବାଇ ତଥା କୋଷ୍ଟାଲ ଏଡିଜି ଅଛନ୍ତି ପ୍ରାଣବିନ୍ଦୁ ଆଚାର୍ଯ୍ୟ । ଏନେଇ ସେ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି । ପୂର୍ବରୁ କମିଶନରେଟ ପୋଲିସ ଏସିପି, ପୂର୍ବତନ ପୋଲିସ ଡିଜିଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଛି ।