ଗତ ମାର୍ଚ୍ଚ ଶେଷ ସପ୍ତାହରେ ବାତିଲ ହୋଇଥିବା କେତେକ ପରୀକ୍ଷା ଜୁନ୍ ଏବଂ ପରେ ଜୁଲାଇକୁ ଘୁଂଚାଯାଇଥିଲା । ଯେଉଁଭଳି ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଏହାକୁ ଦୃଷ୍ଟିରେ ରଖି ଏହିସବୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମେସେଜ୍ ବକ୍ସକୁ ଯାଇ ଆଇସିଏସ୍ଇ ପରେ ୭ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର ଟାଇପ୍ କରି ୦୯୨୪୮୦୮୨୮୮୩ ନମ୍ବରରେ ପଠାଇବାକୁ ପଡ଼ିବ। ସେହିପରି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଇଏସ୍ସି ପରେ ୭ନମ୍ବର ବିଶିଷ୍ଟ ସ୍ବତନ୍ତ୍ର ପରିଚୟ ନମ୍ବର ଟାଇପ୍ କରି ୦୯୨୪୮୦୮୨୮୮୩ ନମ୍ବରରେ ପଠାଇବାକୁ ପଡ଼ିବ । ଏହାପରେ ଛାତ୍ରଛାତ୍ରୀଙ୍କୁ ମୋବାଇଲରେ ରେଜଲ୍ଟ ପାଇପାରିବେ । ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି
ଆଜି ପ୍ରକାଶ ପାଇବ ଆଇସିଏସଇ ଓ ଆଇଏସ୍ସି ରେଜଲ୍ଟ
Download Argus News App
