କେନ୍ଦୁଝର ଜିଲ୍ଲା ବଡବିଲ୍ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ୨ ଦିନ ପୂର୍ବେ ଏକ ୪ ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଗୁଆଲି ଫରେଷ୍ଟର ବିଦ୍ୟଧାର ବେହେରା ଓ ଫରେଷ୍ଟ ଗାର୍ଡ ସରୋଜ କୁମାର ନାୟକ । ଦାୟିତ୍ୱରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବନ କଲେ କେନ୍ଦୁଝର DFO ।
ସୂଚନା ଅନୁଯାୟୀ, ହାତୀପଲ ନଦୀକୁ ପାଣି ପିଇବାକୁ ଆସି ଫେରିବା ସମୟରେ ହାତୀଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି । ମୃତ ହାତୀଛୁଆର ନିକଟବର୍ତ୍ତୀ ଅଞ୍ଚଳରୁ ହାତୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାରୁ ହାତୀଛୁଆର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀଛୁଆର ପ୍ରକୃତ ବୟସ ଓ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଲୋଚନା ହେଉଛି।