ରାଜ୍ୟ ସମେତ ରାଜଧାନୀରେ ଚିନ୍ତା ବଢ଼ାଇଛି ସ୍ଥାନୀୟ ସଂକ୍ରମଣ । ଆଜି ଭୁବନେଶ୍ୱରରୁ 10ଟି ସ୍ଥାନୀୟ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସବୁଠୁ ଉଦବେଗର ବିଷୟ ହେଉଛି କରୋନା ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଆଜି ଭୁବନେଶ୍ୱରର ଥିବା ଜାତୀୟ ହସ୍ପିଟାଲର 11 ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ଆଜି 6 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ 45 କରୋନା ଆକ୍ରାନ୍ତ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 602ରେ ପହଞ୍ଚିଛି । 308 ଜଣ ସୁସ୍ଥ ହୋଇଥିବା ବେଳେ କରୋନା ନେଇଛି 7 ଜଣଙ୍କ ଜୀବନ ।