ନିକଟରେ କେରଳରେ ଗୋଟିଏ ଗର୍ଭବତୀ ହାତୀ ମୃତ୍ୟୁକୁ ନେଇ ଏକ ପିଟିସନ ଦାୟର କରାଯାଇଥିଲା । ଏଥିରେ ଅନେକ ରାଜ୍ୟରେ ମଣିଷମାନଙ୍କ ଦ୍ୱାରା କିପରି ବନ୍ୟଜନ୍ତୁଙ୍କ ହତ୍ୟା ହେଉଛି ଏବଂ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଥିଲା । ସମ୍ବିଧାନର ଧାରା 14 ଏବଂ 21ର ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ ହୋଇଥିବା ମଧ୍ୟ କୁହାଯାଇଥିଲା । ଏ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଏକ ନିର୍ଦେଶନାମା ଜାରି କରିବାକୁ ଆବେଦନକାରୀ ଶୁଭମ୍ ଅବସ୍ତି ନିବେଦନ କରିଥିଲେ ।
ଆବେଦନକାରୀଙ୍କ ଓକିଲ ବିବେକ ନାରାୟଣ ଶର୍ମା ଏନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । 1960ରେ ବନ୍ୟ ପ୍ରାଣୀ ସୁରକ୍ଷା ଆଇନକୁ ସଂଶୋଧନ କରି ଆହୁରି କଡା କରିବାକୁ ସେ ଯୁକ୍ତି ରଖିଥିଲେ । ସୁରକ୍ଷା ପାଇଁ ପ୍ରଭାବଶାଳୀ ପରିଚାଳନା ତଥା ଆବଶ୍ୟକୀୟ ସଚେତନତା ପ୍ରଚାର ପାଇଁ କେନ୍ଦ୍ର / ରାଜ୍ୟ ସରକାରଙ୍କ ଜଙ୍ଗଲ ବାହିନୀରେ ଖାଲିଥିବା ପଦବୀ ପୂରଣ କରିବା ନିର୍ଦେଶ ଦେବାକୁ ମଧ୍ୟ ସେ ଅପିଲ କରିଥିଲେ । ତେବେ ରାଜ୍ୟ ଏବଂ କେନ୍ଦ୍ର ନିଜର ବନ୍ୟଜନ୍ତୁ ସୁରକ୍ଷା ନେଇ ରିପୋର୍ଟ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।