ଅନୁଗୁଳ : ଗଞ୍ଜାମ ଓ ଯାଜପୁର ଜିଲ୍ଲାବାସୀଙ୍କୁ ଅନୁଗୁଳ ଆସିବା ମନା। ଯଦି ଏହି ୨ ଜିଲ୍ଲାରୁ କୌଣସି ବ୍ୟକ୍ତି ଜରୁରୀ କାମରେ ଅନୁଗୁଳ ଆସନ୍ତି, ତା’ହେଲେ ୧୪ ଦିନ ସରକାରୀ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲା ଏବେ କରୋନା ହଟସ୍ପଟ ହୋଇଛି। ଗଞ୍ଜାମରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ। ଯାଜପୁରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି।
ଅର୍ଗସ ବ୍ୟୁରୋ: ଓଡିଆ ଝିଅ ମନୀଷା ପାଢୀ ଦେଶର ପ୍ରଥମ ମହିଳା ଏଡିସି(Aide-De-Camp) ଭାବେ ନିଯୁକ୍ତି ପାଇଛନ୍ତି । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ମନୀଷା ହେଉଛନ୍ତି 2015 ବ୍ୟାଚର ଭାରତୀୟ ବାୟୁସେନା ଅଫିସର । ଏଡିସି ଭାବେ ଦାୟିତ୍ୱ ଗ୍ରହଣ ପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନରେ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ପରିଚୟ କରାଯାଇଛି ।
ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଚମକିଲେ ରନଭି
ମନୀଷାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର । ତାଙ୍କର ଏହି ଉପଲବ୍ଧି ପାଇଁ ପୁରା ଜିଲ୍ଲା, ରାଜ୍ୟ ଆଜି ଗୌରବାନ୍ୱିତ ହୋଇଛି । ଏହାପୂର୍ବରୁ ମନୀଷା ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି 3ଟି ସ୍ଥାନରେ କାର୍ଯ୍ୟ କରିଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେ ନିଜକୁ ପ୍ରମାଣ କରିଛନ୍ତି । ମହିଳାମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।
ଅର୍ଗସ ବ୍ୟୁରୋ: ଓଡ଼ିଶାରୁ ଟଳିଲା ବାତ୍ୟା ବିପଦ। ତାମିଲନାଡୁରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁପାରେ ବାତ୍ୟା ମିଗଜାଉଂ। ଡିସେମ୍ବର ୨ରେ ବାତ୍ୟା ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଅଣ୍ଡାମାନ ସାଗର ନିକଟରେ ରହିଥିବା ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଏହା ଆଜି ଅବପାତର ରୂପ ନେବ । ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆସନ୍ତା ୪୮ ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୪ ତାରିଖ ଭୋରରୁ ଉତ୍ତର ତାମିଲନାଡୁରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଞ୍ଚିବା ନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଓଡିଶାକୁ ବାତ୍ୟା
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ମୋଦି ଦୁବାଇ ଗସ୍ତରେ ବାହାରୁଛନ୍ତି । ଡିସେମ୍ବର ୧ ରେ COP28 ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମିଟ୍ ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ବୈଦେଶିକ ସଚିବ ବିନୟ କ୍ୱାତ୍ରା ପ୍ରଧାନମନ୍ତ୍ରୀ ଙ୍କ ୟୁଏଇ ଗସ୍ତର କାର୍ଯ୍ୟସୂଚୀର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି COP28 ଉଦଘାଟନୀ ଅଧିବେଶନକୁ ସମ୍ବୋଧନ କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ତିନୋଟି ଉଚ୍ଚ ସ୍ତରୀୟ ସାଇଡ୍ଇ ଭେଣ୍ଟରେ ଅଂଶଗ୍ରହଣ କରିବେ ଯେଉଁଥିରୁ ଦୁଇଟି ଭାରତ ଏବଂ ୟୁଏଇ ଦ୍ୱାରା ସହ-ଆୟୋଜିତ ହେଉଛି। ଏହି ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ ରେ ଭାରତ ଏବଂ ୟୁଏଇ ମିଳିତ ଭାବରେ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ର ଉନ୍ମୋଚନ କରିବେ। ଚଳିତ ବର୍ଷ ଜୁଲାଇରେ ୟୁଏଇ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଦେଶ ଖବର: