କେନ୍ଦୁଝର 31, ଯାଜପୁର 27, କଟକ 26, ନୟାଗଡ଼ 18, ପୁରୀ 16, ସମ୍ବଲପୁର 14, ବାଲେଶ୍ୱର 11, ଅନୁଗୁଳ 8, କେନ୍ଦ୍ରାପଡ଼ା 6, ଗଜପତି ଓ ଝାରସୁଗୁଡ଼ାରୁ 2, ବରଗଡ଼, ଭଦ୍ରକ ଓ ଦେବଗଡ଼ରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଅନ୍ୟପଟେ ଆଜି ରାଜ୍ୟରେ 570 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 384 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 186 ସ୍ଥାନୀୟ ସଂକ୍ରମଣ । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନଗୁଳରୁ 11, ବାଲେଶ୍ଵରରୁ 3, ଭଦ୍ରକରୁ 2, ବୌଦ୍ଧରୁ 3, କଟକରୁ 46, ଗଜପତିରୁ 25, ଗଞ୍ଜାମରୁ 218, ଜଗତସିଂହପୁରରୁ 16, ଯାଜପୁରରୁ 40, ଝାରସୁଗୁଡାରୁ 31, କେନ୍ଦ୍ରାପଡାରୁ 6, କେନ୍ଦୁଝରରୁ 14, ଖୋର୍ଦ୍ଧାରୁ 37, କୋରାପୁଟରୁ 11, ମୟୁରଭଞ୍ଜରୁ 10, ନୟାଗଡ଼ରୁ 37, ପୁରୀରୁ 15, ସମ୍ବଲପୁରରୁ 1, ସୁନ୍ଦରଗଡ଼ରୁ 44 ଜଣ ଥିବା ନେଇ ସୁଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଥିଲା ।