ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତେ କଟକଣାକୁ ଉଲ୍ଲଂଘନ କରି ଗାଁରେ ବୁଲୁଛନ୍ତି । ସାମାଜିକ ଦୂରତା ତ ଦୂରର କଥା ଜଣଙ୍କ ମୁହଁରେ ବି ମାସ୍କ ନାହିଁ । ସତେ ଯେମିତି କୋରୋନା ବୋଲି କିଛି ଭୂତାଣୁ ନାହିଁ । କୋରୋନାକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତା ଏବଂ ମାସ୍କ ସବୁଠାରୁ ବଡ଼ ଅସ୍ତ୍ର କିନ୍ତୁ ରାଜ୍ୟରେ ସବୁଠାରୁ ସଙ୍ଗୀନ ସ୍ଥିତ ଥିବା ଗଞ୍ଜାମରେ ଖୁଲମଖୁଲା ଏହାକୁ ଉଲ୍ଲଂଘନ କରାଯାଉଛି । ଗାଁର ଜଣେ ଯୁବକ ଏହାକୁ ବିରୋଧ କରିବାକୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।
ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଘଟଣାରେ ନାଏବ ସରପଞ୍ଚଙ୍କ ସହ 11 ଜଣଙ୍କୁ ଗିରଫ କରାଯାଇଛି । ତେବେ ଗୋଟିଏ ପଟେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଅନ୍ୟପଟେ ଲୋକଙ୍କ ଏଭଳି ମାନସିକତାକୁ ନେଇ ଠିଆ ହୋଇଛି ବଡ଼ ପ୍ରଶ୍ନ । ତେବେ ଏଠି ପ୍ରଶ୍ନ ଉଠୁଛି ଗ୍ରାମବାସୀଙ୍କ ଏତେ ବଡ଼ ଆୟୋଜନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣି ପାରିଲାନି କିପରି । ଜିଲ୍ଲାରେ କଟକଣା କଡାକଡି ଭାବେ ପାଳନ କରିବାକୁ କୁହାଯାଉଥିବା ବେଳେ ଏବେ ପୋଲିସ ପାଟ୍ରୋଲିଂ ପ୍ରତି ମଧ୍ୟ ଉଠିଛି ବଡ଼ ପ୍ରଶ୍ନ ।