ବର୍ତ୍ତମାନ ଆଦିତ୍ୟଙ୍କ ପତ୍ନୀ ଓ ତାଙ୍କ ସହଯୋଗୀଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଲାଗି ରହୁଥିବା ବେଳେ ଘଟଣାର ପ୍ରକୃତ କାରଣ ଜଣାପଡ଼ୁନି । ହେଲେ ପୋଲିସ ପଚରାଉଚରା ପାଇଁ ଡାକିଲେ ଆଦିତ୍ୟଙ୍କ ପତ୍ନୀ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ସେପଟେ ଏବେ ମିଡିଆ ସାମ୍ନାକୁ ଆସିବା ପାଇଁ ଅରାଜି ହେଉଛନ୍ତି ଆଦିତ୍ୟଙ୍କ ସହଯୋଗୀ ।
ଗତ 7 ତାରିଖରେ ଲିଙ୍ଗରାଜ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହେଲା । 8 ତାରିଖରେ ଜିଆରପି ପକ୍ଷରୁ ରୁଜୁ ହେଲା ମାମଲା । କିନ୍ତୁ ଏବେସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ନ ମିଳିବା ଅନେକ ସନ୍ଦେହ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ତଦନ୍ତରେ କାହିଁକି ବିଳମ୍ବ କରୁଛି ଜିଆରପି ? କାହିଁକି ଆଦିତ୍ୟଙ୍କ ଡାଏରି ଜବତ କରିବାରେ ବିଳମ୍ବ କରିଥିଲା ପୁଲିସ ? କାହିଁକି ବିଳମ୍ବରେ ହତ୍ୟା ମାମଲା ରୁଜୁ ହେଲା ? ସନ୍ଦେହ ଘେରରେ ଆସୁଥିବା ଲୋକଙ୍କୁ କାହିଁକି ପଚରାଉଚରା କରିବାରେ ବିଳମ୍ବ କରୁଛି ପୁଲିସ ? ଷ୍ଟେସନ ମାଷ୍ଟର, ଲୋକୋ ପାଇଲଟକୁ କାହିଁକି ପଚରାଉଚରା ହୋଇନାହିଁ ? ସେପଟେ ସପ୍ପେନସ୍ ବଢାଉଛି ଆଦିତ୍ୟଙ୍କ ଡାଏରି । ଫରେନ୍ସିକ ଲ୍ୟାବରେ ଯାଞ୍ଚ ହେଉଥିବା ଆଦିତ୍ୟଙ୍କ ଡାଏରି ଯଦି ସତ୍ୟ ପ୍ରମାଣିତ ହୁଏ ତା ହେଲେ ଘଟଣାର ନୂଆ ନୂଆ ଦିଗ ବାହାରିବ ବୋଲି ଚର୍ଚ୍ଚା ହେଲାଣି ।