ଗୁଣୁପୁର : ଗୁଣୁପୁର ରେ ଲଜ୍ଜା । ଜଣେ 6 ବର୍ଷର ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଟିଉସନ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ । ଘଟଣାଟି ଘଟିଛି ଗୁଣୁପୁର ବ୍ଲକ ଜଲତାର ଗ୍ରାମରେ । ଲକଡାଉନର ସୁଯୋଗ ନେଇ ଗାଁ ଗହଳିରେ ଘୋରାଇ ଟିଉସନ ଚାଲୁ ରହିଛି । ଏହି ଗ୍ରାମର ଜନୈକ ଯୁବକ ନିଜ ଘରେ ଟିଉସନ କରୁଥିଲେ । ଟିଉସନ ସାରି ଉକ୍ତ ଶିଶୁକୁ ପିଜୁଳି, ଅଙ୍ଗୁର ଆଦି ଫଳ ଦେବି କହି ଅଟକାଇ ରଖି ଏକ କପା କିଆରୀକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ ଶିଶୁଟି ଘରେ ପହଞ୍ଚି ମାଆଙ୍କୁ କହିବା ପରେ, ମା ଯାଇ ପୁଟାସିଂ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଯୁବକକୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ବେଳେ ଉଭୟ ଦୁଷ୍କର୍ମକାରୀ ଓ ପିଡିତା ଶିଶୁଙ୍କ ଡ଼ାକ୍ତରୀ ମାଇନା ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ କରାଯାଉଛି । ତେବେ ଦୁଷ୍କର୍ମକାରୀ ନାବାଳକ କି ସାବାଳକ ସ୍ପଷ୍ଟ ହୋଇନାହିଁ । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।