ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ ସରପଞ୍ଚ ବ୍ୟବହାର କଲେ ଜ଼ିଲ୍ଲାପାଳ ର କ୍ଷମତା । ଗ୍ରାମରୁ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଗୋଟିଏ ଗ୍ରାମକୁ ନିଷିଦ୍ଧାଞ୍ଚଳ କରିବା ସହ, ଭଣ୍ଡାରିପୋଖରୀ ବଜାରକୁ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତର ବଣସାହିରୁ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ପରେ ସ୍ଥାନୀୟ ସରପଞ୍ଚ ବିଜୟ ଶଙ୍କର ମହାନ୍ତି ଉକ୍ତ ଗ୍ରାମର ପ୍ରବେଶ ପଥକୁ ସିଲ କରି ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଏହି ଗ୍ରାମର ଚି଼ହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ କିଛିଦିନ ତଳେ ଦୂର୍ଘଟଣାର ଶିକାର ହୋଇଥିଲେ, କଟକରେ ଚିକିତ୍ସା ହେଉଥିବା ସମୟରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ସୂଚନା ମିଳିଛି ।
ପରେ ଦକ୍ଷିଣବାଡ଼ ସରପଞ୍ଚ ଏହି ଖବର ପାଇବା ପରେ, ତତକ୍ଷଣାତ ଉକ୍ତ ଗ୍ରାମଟିକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ. ଅନ୍ୟପଟେ ଉକ୍ତ ପଞ୍ଚାୟତ ଅଧୀନରେ ଯାଉଥିବା ଭଣ୍ଡାରୀପୋଖରୀ ବଜାରକୁ 13 ତାରିଖ ରୁ 16 ତାରିଖ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି ।. ସେହିପରି ସପ୍ତାହରେ ଗୁରୁବାର, ଶନିବାର, ରବିବାର ସଟ ଡାଉନ କରିବା ସହ ଅନ୍ୟ ଦିନମାନଙ୍କରେ ସକାଳ 6 ରୁ ଦିନ 2 ଘଟିକା ପର୍ଯ୍ୟନ୍ତ ବଜାର ଖୋଲା ରହିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି । ଜାତୀୟ ରାଜପଥ ପାର୍ଶ୍ୱରେ ବଜାର ଟି ଥିବାରୁ, ଲୋକମାନଙ୍କ ସୁରକ୍ଷା କୁ ଦୃଷ୍ଟି ରଖି ସରପଞ୍ଚ ଏଭଳି ନିଷ୍ପତି ନେଇଛନ୍ତି ।