ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଜିଟିଭ୍ଙ୍କ ମଧ୍ୟରେ 4 ଜଣ କୋଭିଡ ଯୋଦ୍ଧା ଅଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ 26, 26, 22 ଓ 40 । ସେମାନେ ସମସ୍ତେ ସ୍ୱାସ୍ଥ୍ୟକର୍ମୀ ବୋଲି ସୂଚନା ମିଳିଛି ।
ଅନ୍ୟ 4 ଜଣ ଆଇସୋଲେସନ ୱାର୍ଡର ସମ୍ପର୍କରେ ଆସିଥିବା ବ୍ୟକ୍ତି । ସେମାନଙ୍କ ମଧ୍ୟରେ ମଧ୍ୟ 2 ଜଣ ମହିଳା ଓ ଦୁଇ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ 60,42, 56 ଓ 55 ।
ଅନ୍ୟପଟେ ହୋମ କ୍ୱାରେଣ୍ଟାଇନରୁ ମିଳିଥିବା ଜଣେ ପଜିଟିଭ୍ ଅନ୍ୟ ଏକ ଜିଲ୍ଲାର ମେଡିକାଲରୁ ଫେରିଥିଲେ । ତାଙ୍କ ଘର ସିଡିଏ ସେକ୍ଟର 9 ଅଞ୍ଚଳର ବୋଲି ଜଣାପଡ଼ିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।