ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଭଲ ଭିତ୍ତିଭୂମି ରହିଛି ଓ ବିଭିନ୍ନ ସ୍ତରରେ ମଧ୍ୟ ଭିତ୍ତିଭୂମି ରହିଛି । କୋଭିଡ୍ କେୟାର ସେଣ୍ଟରରେ ବେସିକ୍ ହେଲଥ ଫ୍ୟାସିଲିଟି ରହିଛି । ସେକ୍ଟର ମେଡିକାଲ ଅଫିସର, ସୁପର ଭାଇଜର ସହ ୫ ଜଣ ଏନଏମ ଅଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏଭଳି ୨୦ ହଜାର ୨୩ଟି ବେଡ୍ ରହିଛି । କୋଭିଡ୍ ହସ୍ପିଟାଲ ଓ କୋଭିଡ୍ ହେଲଥ ସେଣ୍ଟର ହେଉଛି ହସ୍ପିଟାଲ । ଏଥିରେ ୫ ହଜାର ୪୩୨ଟି ବେଡ୍ ରହିଛି । ସେଥିରୁ ୨ ହଜାର ୫୪ ବେଡରେ ଆକ୍ରାନ୍ତ ଅଛନ୍ତି ।
ଲକ୍ଷଣହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ଅନୁମତି ମିଳିବ । ଏଥି ପାଇଁ କିଛି ସର୍ତ୍ତ ସହ ସେମାନେ ଘରେ ସଙ୍ଗରୋଧରେ ରହିବେ । ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳରେ ହୋମ୍ ଆଇସୋଲେସନ ଅନୁମତି ମିଳିବ । ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସଦର ମହକୁମାରେ ପୃଥକବାସ ଅନୁମତି ମିଳିବ । ଉପଯୁକ୍ତ ନିଜସ୍ୱ ବ୍ୟବସ୍ଥା ଥିଲେ ଘରୋଇ କମ୍ପାନିକୁ ବି ଅନୁମତି ମିଳିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।