ଯଦି ଅରୁଣାଚଳ ପ୍ରଦେଶ ସୀମା ପର୍ଯ୍ୟନ୍ତ ଚୀନ ନିଜର ରେଳ ଟ୍ରାକ୍ ସ୍ଥାପନ କରୁଛି, ତେବେ ଭାରତୀୟ ରେଳବାଇ ମଧ୍ୟ ଚୀନ୍ ସୀମା ପର୍ଯ୍ୟନ୍ତ ବିଶ୍ୱର ସର୍ବୋଚ୍ଚ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଯାହା ଲଦାଖର ଲେହ ପର୍ଯ୍ୟନ୍ତ ଯିବ । ସାମରିକ ଦୃଷ୍ଟିକୋଣରୁ ଏହି ରେଳ ଲାଇନ ପ୍ରକଳ୍ପ ବିଳାସପୁର-ମନାଲି-ଲେହ ଦେଇ ସୀମା ସହିତ ସଂଯୁକ୍ତ ହେବ । ସର୍ବନିମ୍ନ ତାପମାତ୍ରା ଏବଂ ନିମ୍ନ ଅମ୍ଳଜାନ ମଧ୍ୟରେ ପୃଥିବୀର ସର୍ବୋଚ୍ଚ ପର୍ବତରେ ଏହା ନିର୍ମିତ ହେବ । ଏହି 1500 କିଲୋମିଟର ଲମ୍ବା ରେଳ ଲାଇନର ଲେଭେଲିଂ କାର୍ଯ୍ୟ ସମାପ୍ତ ହୋଇଥିବା ଜଣା ପଡ଼ିଛି ।
ହିମାଚଳ ପ୍ରଦେଶର ବିଳାସପୁରରୁ ଲେହ ମଧ୍ୟରେ ଥିବା ଏହି 475 କିଲୋମିଟର ଲମ୍ୱା ବ୍ରଡ୍ଗେଜ୍ ଉପରେ ଟ୍ରାକ ଲଗାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏହି ରେଳ ଲାଇନରେ ବ୍ରିଜ, ଷ୍ଟେସନ ଏବଂ ଟନେଲର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ 184 କଣ୍ଟ୍ରୋଲ ପଏଣ୍ଟ ନିର୍ମାଣ କରାଯିବ । 110 ଟି ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହି ରେଳ ଲାଇନର 51 ପ୍ରତିଶତ ଟନେଲ ସମାପ୍ତ ହୋଇଥିବା ଜଣାପଡ଼ିଛି । ଏହି ମାର୍ଗରେ 31ଟି ରେଳ ଷ୍ଟେସନ୍ ରହିବ ଏବଂ ଏହାର ମୂଲ୍ୟ 68 ହଜାର କୋଟି ଅଟେ ।
ଏହି ଲାଇନ ନିର୍ମାଣ ପରେ ଚୀନ୍ ସୀମାରେ ଅବସ୍ଥାପିତ ସୈନ୍ୟଙ୍କ ନିକଟରେ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ପରିବହନ ସହଜ ହେବ କାରଣ ଏହି ଲାଇନ ଚୀନ୍ ସୀମାକୁ ଯିବ । ଏହି ରେଳ ଲାଇନର ନିର୍ମାଣ ଭାରତୀୟ ରେଳ ଇତିହାସରେ ସବୁଠାରୁ କଷ୍ଟକର କାର୍ଯ୍ୟ ଭାବରେ ବିବେଚନା କରାଯାଉଛି ।