ସୁସ୍ଥ ହୋଇଥିବା ୫୦୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୪୮, ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁରରୁ ୮, ନୟାଗଡ଼ରୁ ୮, ଜଗତସିଂହପୁରରୁ ୭, ଭଦ୍ରକରୁ ୬, ଢ଼େଙ୍କାନାଳରୁ ୬, ଅନୁଗୁଳରୁ ୫, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୪, କୋରାପୁଟରୁ ୪, ବରଗଡ଼ରୁ ୩, କେନ୍ଦୁଝରରୁ ୨,ଝାରସୁଗୁଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ ଆଜି ରାଜ୍ୟରେ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧୫ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦୧ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।