ସେହିପରି ୩ ଜଣ ସରପଞ୍ଚ ହେଲେ ଜୁଝାର ବାନସିଂ, ମାଟରାମ ହୋ ଏବଂ ମହିଳା ସରପଞ୍ଚ ସବିତା ନାଏକ । ନିଲମ୍ବନ ହଇଥିବା ପଞ୍ଚାୟତ ଅଧିକାରୀ ମାନେ ହେଲେ ସନ୍ତୋଷ କୁମାର ଦାସ, ମାଙ୍ଗିଲାଲ ହୋ ଏବଂ ବେଣୁଧର ନାୟକ । ତେବେ ସମିତିର ବହୁ କର୍ମଚାରୀ ଏହି ଦୁର୍ନୀତିରେ ସାମିଲ ଥିବା ବେଳେ ମାତ୍ର କେତେ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ହେଉଥିବାରୁ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ ।
ତେବେ ଯଶିପୁର ବ୍ଲକର ମନରେଗା କାର୍ଯ୍ୟରେ ୩.୨୧ କୋଟି ଟଙ୍କାର ଅନିୟମିତତାରେ ସାମିଲ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଠୁ ଆରମ୍ଭ କରି ଜିଲ୍ଲାର ବିଭାଗୀୟ କର୍ମଚାରୀ ଏଥିରେ ସାମିଲ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ସାମିଲ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସମେତ ୫ଟି ସଚିବଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେବେ ଦେଖିବା ପାଇଁ ବାକି ରହିଲା ଏ ଘଟଣାରେ ସାମିଲ ଥିବା ଅଧିକାରୀ ଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ରାଜ୍ୟ ସରକାର