ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମରୁ 260 ଚିହ୍ନଟ ହୋଇଛନ୍ତି ।ଏହିକ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 11201ରେ ପହଞ୍ଚିଲା। ସେମାନଙ୍କ ମଧ୍ୟରୁ 7006 ଜଣ ସୁସ୍ଥ ହୋଇଥିବା ବେଳେ 4128 ଆକ୍ଟିଭ୍ କେସ୍ ରହିଛି।
ରାଜ୍ୟରେ ପୁଣି କୋରୋନା ନେଲା 4 ଜୀବନ

ଭୁବନେଶ୍ୱର: ରାଜ୍ୟରେ ପୁଣି କୋରୋନା ନେଲା 4 ଜୀବନ । ଏହାକୁ ମିସାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା 52କୁ ବୃଦ୍ଧି ପାଇଛି । ଆଜି ମଧ୍ୟ ରାଜ୍ୟରେ ପୁଣି 577 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 416 କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ 161 ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିସାଇ ରାଜ୍ୟରେ 11201କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ମିଳିଛି।
ବନ୍ଧୁକ ମୁନରେ ଲୁଟ

ଅର୍ଗସ ବ୍ୟୁରୋ: ବନ୍ଧବାହାଲ ସବ ଷ୍ଟେସନରେ ବନ୍ଧୁକ ମୁନରେ ଲୁଟ। ଲୁଟିନେଲେ ଟ୍ରାନ୍ସଫର୍ମରରେ ବ୍ୟବହାର ହେଉଥିବା ତମ୍ବା ତାର । ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ସବ ଷ୍ଟେସନରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଳମ୍ଵିତ ରାତି ୧୨:୩୦ରେ ଆଠରୁ ଦଶ ଜଣ ମୁଖା ପିନ୍ଧି ଥିବା ଦୁର୍ବୁତ୍ତ ସବ ଷ୍ଟେସନରେ ରାତି ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ ଅଫିସ ରୁମରେ ବନ୍ଧୁକ
Download Argus News App
