ଆଜି ରାଜ୍ୟରେ ପୁଣି 543 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 354 ଜଣ କ୍ଵାରେଣ୍ଟିନ୍ ସେଣ୍ଟରରୁ ହୋଇଥିବା ବେଳେ 189 ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଚିହ୍ନଟ ହୋଇଥିବା 543ଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମରୁ 188 ଚିହ୍ନଟ ହୋଇଛନ୍ତି ।
ଏହି କ୍ରମରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର 280କୁ ବୃଦ୍ଧି ହୋଇଥିବା ବେଳେ 9255ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେପଟେ ରାଜ୍ୟରେ 4929 ଆକ୍ଟିଭ୍ କେସ୍ ରହିଛି।