ସଂପୃକ୍ତ ୫ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି । ସେସବୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ରହିଛି । ପୂରା ରାଜ୍ୟକୁ ମାଓବାଦୀ ମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଡିଜିପି କହିଛନ୍ତି । ନିକଟରେ କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ହୋଇଥିଲା । ଏଥିରେ ଗଡ଼ିଥିଲା ୫ ମାଓବାଦୀଙ୍କ ମୁଣ୍ଡ । ରାଜ୍ୟରେ ଜାରି ରହିଛି ମାଓ ବିରୋଧୀ ଅଭିଯାନ ।
ନକ୍ସଲପ୍ରବଣ ଅଞ୍ଚଳ ତାଲିକାରୁ ହଟିଲା 5 ଜିଲ୍ଲା

ଭୁବନେଶ୍ୱର: ନକ୍ସଲପ୍ରବଣ ଅଞ୍ଚଳ ତାଲିକାରୁ ହଟିଲା 5 ଜିଲ୍ଲା । ତାଲିକାରୁ ହଟିଛି ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼ ଓ ନୟାଗଡ଼ ଜିଲ୍ଲା । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଡିଜି ଅଭୟ । ଏହିସବୁ ଜିଲ୍ଲାରେ ସ୍ଥିତି ଓ ନକ୍ସଲ ଗତିବିଧି କମିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ସେହିପରି ଆଗକୁ ଓଡ଼ିଶାର ସବୁ ଜିଲ୍ଲାକୁ ନକ୍ସଲ ପ୍ରଭାବରୁ ମୁକ୍ତ କରିବାକୁ ଚେଷ୍ଟା କରାଯିବ ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
